ରକ୍ଷାକର ପ୍ରଭୃ

ରାଗରୋଷ ଅହମ୍ ଜାବୁଡ଼ି ଥିଲା
ମଣିଷର ବିବେକକୁ
ଧରାକୁ ମଣିଲା ସରାଏଠି ସିଏ
ଜାଣେନା କାଳରୂପକୁ ॥
ହାଆହତାସିଆ ଜୀବନ ହେଲାଣି
ନ ଦିଶେ ଉଦ୍ଧାର ବାଟ
ଚିନ୍ତା ଚେତନାର ଆରପାରି ଛୁଇଁ
ମୃତ୍ୟୁକୁ କରେ ସ୍ଵାଗତ ॥
କୂଳବେଉସାକୁ ହରାଇ ସଭିଏଁ
ମୁଣ୍ଡରେ ମାରନ୍ତି ହାତ
ତ୍ରାହି ତ୍ରାହି ହୁରି ପଡ଼ଇ ନିଇତି
ପେଟକୁ ନମିଳେ ଭାତ ॥
ଆପଣାର ଭାବି କଲେ ଆଲିଙ୍ଗନ
ତୁମ ପାଳି ଆସିଯିବ
ଭୋଜିଭାତ ସବୁ ଫିକା ପଡ଼ିଲାଣି
ଝୁରନ୍ତି ବନ୍ଧୁବାନ୍ଧବ ॥
ମୁହଁର ତୁଣ୍ଡିଟା ନିହାତି ଜରୁରୀ
ସଦା ମନେ ହେଜୁଥିବ
ସାନିଟାଇଜର ସାବୁନ ଡେଟଲ
ପାଖେ ପାଖେ ରଖୁଥିବ ॥
ସୁଦର୍ଶନ ଚକ୍ର କେବେ ଉଗାଳିବ
ମହାମାରୀ କରୋନାକୁ
ତୁମ ଅପେକ୍ଷାରେ ଏସାରା ସଂସାର
ଗାଇବ ତୁମ ଗୁଣକୁ ॥
ସବୁ ଏଠିତୁଛ ତୁମ ସାହା ବିନା
ଦିଅକିଛି ଆଶିଷରୁ
ଲୀଳାମୟ ପ୍ରଭୃ ରକ୍ଷାକରତୁମେ
ଘନଘୋର ବିପତ୍ତିରୁ ॥
(କଳ୍ପନା)

ଅଢେଇ ଦିନର ଅଭିନୟ

ଅନ୍ଧ ଦୁନିଆର ଅନ୍ଧାରି ଗଳିରେ
ସାଉଁଟୁଥିଲା ସେ ସ୍ୱପ୍ନ
ଦୀପଶିଖା ଜାଳି ହାତ ପାପୁଲିରେ
ଖୋଜୁଥିଲା ଗୋଟେ ଜହ୍ନ ॥
କିଟିକିଟି କଳା ଅନ୍ଧାର ରାତିରେ
କିଏ ବା ଶୁଣିବ ଡାକ
ଡ଼ାକିଡ଼ାକି ତଣ୍ଟି ଶୁଖିବାଟା ସାର
ଅଫେରା ପ୍ରତି ଉତ୍ତର ॥
ଅଢେଇ ଦିନର ଖେଳ ଏ ଜୀବନ
ପାଣି ଫୋଟକାର ସମ
କ୍ଷଣିକ ଆନନ୍ଦ ସୁଖଦୁଃଖ ସାଥୀ
ଭାଗ୍ୟ ଏକା ବଳବାନ୍ ॥
ଧର୍ମର ସାଗରେ ଅଧର୍ମ ପସରା
ନିଇତି କରଇ ଲୀଳା
ଥଳକୂଳସତେ ହଜାଇମଣିଷ
ବୁଡାଏ ନିଜର ଭେଳା ॥
ଚାଲିବାକୁ ହେବ ମରିବା ପର୍ଯ୍ୟନ୍ତ
ଛାତିରେ ଜାବୁଡ଼ି କୋହ
ମୁଠାଏ ପାଉଁଶ ଛାର ଏ ଜୀବନ
ଜାଣି କରେ ଅଭିନୟ ॥
କଳ୍ପନା ମିଶ୍ର
ପିପିଲି, ପୁରୀ

ଖୁବ୍ ଖାସ୍ ଥିଲାପ୍ରେମ ଅଗଣାର ପ୍ରଥମ ଫୁଲଓଠକୁ ଦବାଇ ଆଖିର ଇସାରାବୁଝୁଥିଲା ତା’ସଠିକ୍ ମୂଲ ॥ ଖୁବ୍ ଖାସ୍ ଥିଲା ଆଦ୍ଯ ଆଷାଢର ପହିଲି ବର୍ଷାତନୁକୁ ତିନ୍ତାଇ ଦେହକୁ ଭିଜାଇକରୁଥିଲା ପୁଣି କାହାକୁ ଇର୍ଷା ॥ ଖୁବ୍ ଖାସ୍ ଥିଲାନୀଳ ଲଫାପା ର ନାଲିଆ ଚିହ୍ନଶୂନ୍ୟତାରେ ବି ଅନେକ କଥାଠଉରଉଥିଲା ଏ ମୋର ମନ॥ ଖୁବ୍ ଖାସ୍ ଥିଲାଅପେକ୍ଷାର ସେଇ ମିଠା ଦରଦହସ ମିଶା ସେଇ ଲୁହର ଧାରଯୋଗାଡ଼ୁ ଥିଲା କବିତାର ଶବ୍ଦ ॥ କଳ୍ପନା ମିଶ୍ର

ଖୁବ୍ ଖାସ୍ ଥିଲା

ପ୍ରେମ ଅଗଣାର ପ୍ରଥମ ଫୁଲ
ଓଠକୁ ଦବାଇ ଆଖିର ଇସାରା
ବୁଝୁଥିଲା ତା’ସଠିକ୍ ମୂଲ ॥ ଖୁବ୍ ଖାସ୍ ଥିଲା

ଆଦ୍ଯ ଆଷାଢର ପହିଲି ବର୍ଷା
ତନୁକୁ ତିନ୍ତାଇ ଦେହକୁ ଭିଜାଇ
କରୁଥିଲା ପୁଣି କାହାକୁ ଇର୍ଷା ॥ ଖୁବ୍ ଖାସ୍ ଥିଲା

ନୀଳ ଲଫାପା ର ନାଲିଆ ଚିହ୍ନ
ଶୂନ୍ୟତାରେ ବି ଅନେକ କଥା
ଠଉରଉଥିଲା ଏ ମୋର ମନ॥ ଖୁବ୍ ଖାସ୍ ଥିଲା

ଅପେକ୍ଷାର ସେଇ ମିଠା ଦରଦ
ହସ ମିଶା ସେଇ ଲୁହର ଧାର
ଯୋଗାଡ଼ୁ ଥିଲା କବିତାର ଶବ୍ଦ ॥ କଳ୍ପନା ମିଶ୍ର

ଆଶାତୀତ ସପନ

.ଭାବି ଭାବି ରାତି ପାଇଲା ଲୋ ସଙ୍ଗୀ
ସପନେ ନାହିଁ ବି ଦେଖା
କେତେ ଆଉ କଡ଼ ଲେଉଟାଇ ସତେ
ତା’ କଥା ଭାବିବି ଏକା ॥
ମନ ମୋ ଅଧିର ଶୁଣେନାହିଁ କିଛି
ଝୁରେ ଖାଲି ରାତି ଦିନ
କେବେ ବିଦେଶରୁ ଦେଶକୁ ଫେରିବ
ଉଇଁବ ପୁନେଇ ଜହ୍ନ ॥
ଟାହି ଟାପରାକୁ ଖାତିର୍ ନକରି
ତୋଳେ ସାତସ୍ଵର ରାଗ
ବିରହିଣୀ ସାଜି ପ୍ରେମ ପସରାର
ପାଉନି ସେ ଥଳକୂଳ॥ ସେ ଆଶା ଆକାଶେ ଆଜି କାଇଁଲୋ ଫୁଟେନାଇଁ ପାରିଜାତ ଅଜଣା ସହରେ ଅଦେଖା ଭୟରେ ସପନ ବି ଆଶାତୀତ ॥ ******କଳ୍ପନା ମିଶ୍ର*****

ଧୈର୍ଯ୍ୟର ପରିଧି

ଦୁଃଖର ପାହାଡଟା
ମୁଣ୍ଡ ଉପର ଛାତକୁ
ଏମିତି ଦୋହଲାଇ ଦିଏ ଯେ,
ନା ଆଗକୁ ବଢ଼ିବାର,
ନା ପଛକୁ ଚାର୍ହିବାର
ସୁଯୋଗ
ହାତ ମୁଠାରେ ପଡ଼େ ॥

ଧୈର୍ଯ୍ୟର ପରିଧିଟା
ଦିଗ୍ ବଳୟର କବରୀ ଚିରି
ହୋଇଯାଏ ଅର୍ନ୍ତଧ୍ୟାନ,
ନା କାନ୍ଦିବା ପାଇଁ
ଆଖିରେ ଲୁହ,
ନା ପାଇବାର
ଅଛି ଅବଶୋଷ ॥

ଆପଣାର
ଚିହ୍ନା ଜଣା ମୁହଁ ବି
ଦେଖିନଦେଖିଲା ଭଳି
ବାଟ ଭାଙ୍ଗିଯିବାରେ
କରନ୍ତିନି ଅବହେଳା,
ଏସବୁ ପରେ ବି
ଭାଗ୍ୟକୁ ଆଦରି
ନିଜକୁ କରେ ତଳିତଳାନ୍ତ ॥ . କଳ୍ପନା ମିଶ୍ର

ବେକାବୁ ମନ

ନିଦଭରା ଆଖି ବି
ଅନୁଭବ କରେ ତୁମ
ଆସିବାର ପାଦ ଶବ୍ଦ,
କାହିଁକି କେଜାଣି…….
ଘଡିର ସେକେଣ୍ଡ କଣ୍ଟା ଠାରୁ
ବେଗ ବଢାଇ
ନିଜକୁ ବେକାବୁ କରେ
ହୃଦୟର ପ୍ରତିଟି ସ୍ପନ୍ଦନ ॥

ଅଜାଣତରେ
ମନଆଇନା ଦେଖି
ନିଜ ରୂପକୁ ଏମିତି
ସଜେଇବାରେ ହୁଏ ମସଗୁଲ
ସତେକି……
ନିମିଷକେ ଆପଣେଇବ
ପ୍ରିୟତମର ପ୍ରେମ ଭରା ନୟନ ॥

ମାନଭଞ୍ଜନ

ଦେଖ ହୋ
କେଡ଼େ ନାଟୁଆଟା ସେ
କଳା ମାଣିକ
ବୁଲିଲା ବେଳକୁ ଭାଇ ଭଉଣୀ
ଘର ମୁହାଁ ଆଜି
ମାନ ଭାଙ୍ଗିବାକୁ
ସାଥିରେଆଣିଛି
ରସଗୋଲା ଭେଟି ॥

ଜାଣେ ପରା
ଅବଳାର ଦୁର୍ବଳ ମନ
ମୋହିବ ଆପେ
ଟିକେ ବାଙ୍କ ଚାହାଁଣୀର ବାଙ୍କ ଅଧରେ
ସତେ
ଦୋଷର କ୍ଷମା
ନିମିଷକେଦେବେ ଲକ୍ଷ୍ମୀ ଠାକୁରାଣୀ ॥ କଳ୍ପନା ମିଶ୍ର

ପ୍ରେମ ପକ୍ଷୀ

ପ୍ରେମ ପକ୍ଷୀ
ପଞ୍ଜୁରୀର ଶିକୁଳି ତାଡି
ଅତୀତର ସେ,
ଅଫେରନ୍ତା ଅପାସୋରା
ଶୁନ୍ ଶାନ୍
ଅନ୍ଧାରୀ ମୂଲକ ଆଡ଼େ
ଡେଣା ମେଲେଇ
ଉଡ଼ିବାର ଅନୁଭବ ଟା
ବେଶ୍ ମଜାଦାର୍ ॥

ମୁରୁକା ହସାରେ
କାହାର ଲକ୍ଷ୍ଯ ଅଲକ୍ଷ୍ୟରେ
କାଟିଥିବା ଦିନ ଗୁଡ଼ା
ତା’ ସ୍କୃତିକୁ ଏମିତି
ରୋମନ୍ଥନ କରୁଥିଲା ଯେ
ଧରାପଡ଼ିବାର ଭୟଟା ଥିଲା
ବିଚରା ପକ୍ଷୀର
ମନଠୁଁ କୋଶେ ଦୂର ॥

Create your website with WordPress.com
Get started